ସ୍ୱଚ୍ଛ ଭାରତ ମିଶନ (ଏସ୍ବିଏମ୍)

2011 ଜନଗଣନା ଅନୁସାରେ ଭାରତର ସହରାଞ୍ଚଳ ଜନସଙ୍ଖ୍ୟା 377 ନିୟୁତ ବା ମୋଟ ଜନସଙ୍ଖ୍ୟାର 31%। 2011 ଜନଗଣନାରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ 4,041 ବୈଧାନିକ ସହରରେ ପାଖାପାଖି ଆଠ ନିୟୁତ ପରିବାର ଶୌଚାଳୟ ଓ ଖୋଲାରେ ମଳତ୍ୟାଗ କରିବାର ସୁବିଧା ପାଇନାହାନ୍ତି। ଦୁର୍ବଳ ପରିମଳ ବ୍ୟବସ୍ଥାର ଯଥେଷ୍ଟ ସ୍ବାସ୍ଥ୍ୟଗତ ଖର୍ଚ୍ଚ ରହିଛି ଏବଂ ସହରରୁ ବାହାରୁଥିବା ଅପରିଶୋଧିତ ବର୍ଜ୍ୟଜଳ ଭାରତରେ ଜଳ ସମ୍ପଦ ପ୍ରଦୂଷଣର ଏକମାତ୍ର ବଡ଼ ଉତ୍ସ। ସମଗ୍ର ଦେଶରେ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ କାର୍ୟ୍ୟକ୍ରମ ଆରମ୍ଭ କରାୟାଇଛି। 2014 ଅକ୍ଟୋବର 2ରେ ସ୍ୱଚ୍ଛ ଭାରତ ମିଶନ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ୱଚ୍ଛ ଭାରତ ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଦେଶକୁ ବାହ୍ୟ ମଳତ୍ୟାଗ ମୁକ୍ତ କରିବା।