ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ ଆବାସ’ ଲକ୍ଷ୍ୟ ହାସଲ ପାଇଁ ଏକ ପ୍ରଭାବଶାଳୀ ଓ ଦକ୍ଷ ସଂସ୍ଥାଗତ ବ୍ୟବସ୍ଥାର ଆବଶ୍ୟକତାକୁ ଉପଲବ୍ଧି କରି 2015 ଅକ୍ଟୋବର 11 ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଆବାସ’ (ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନ)ର ଶୁଭାରମ୍ଭ କରାୟାଇଥିଲା। ଓଡ଼ିଶା ସରକାର ‘ଆବାସ – ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନ’କୁ ରାଜ୍ୟସ୍ତରରେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛନ୍ତି। ଜିଲ୍ଲାସ୍ତରରେ ଓଡିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନକୁ ଅତିରିକ୍ତ ପରିଚାଳନାଗତ ଏବଂ ବୈଷୟିକ କ୍ଷମତା ପ୍ରଦାନ କରିବା ପାଇଁ ଜିଲ୍ଲା ସହରାଞ୍ଚଳ ଗୃହ ନିର୍ମାଣ ସମିତି (ଡିୟୁଏଚଏସ) ଗଠନ ପାଇଁ ସରକାର ପରିକଳ୍ପନା କରିଛନ୍ତି। 30ଟି ଜିଲ୍ଲାରେ 30ଟି ଡିୟୁଏଚ୍ଏସ୍ ଏବଂ ଭୁବନେଶ୍ୱର ମହାନଗର ନିଗମରେ ଗୋଟିଏ ଡିୟୁଏଚ୍ଏସ୍ ପ୍ରତିଷ୍ଠା କରାୟାଇଛି। ଡିୟୁଏଚ୍ଏସ୍ ‘ଓଡ଼ିଶାର ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନିର୍ମାଣ ନୀତି, 2015’ ଏବଂ ଓୟୁଏଚ୍ଏମ୍ ଓ ଏଚ୍ ଆଣ୍ଡ୍ ୟୁଡି ବିଭାଗର ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର କାର୍ୟ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଦାୟୀ।