ଜାତୀୟ ସହରାଞ୍ଚଳ ଜୀବିକା ମିଶନ

ସହରାଞ୍ଚଳର ଗରିବ ପରିବାରର ଦାରିଦ୍ର୍ୟ ଏବଂ ଦୁର୍ବଳତାକୁ ହ୍ରାସ କରି ସେମାନଙ୍କୁ ଲାଭଜନକ ଆତ୍ମନିୟୁକ୍ତି ଏବଂ କୁଶଳୀ ମଜୁରୀ ନିୟୁକ୍ତି ସୁୟୋଗ ଉପଲବ୍ଧ କରାଇବା, ଫଳରେ ସ୍ଥାୟୀ ଆଧାରରେ ସେମାନଙ୍କ ଜୀବନଜୀବିକାରେ ପ୍ରଶଂସନୀୟ ସୁଧାର ଆସିପାରିବ, ଗରିବଙ୍କ ପାଇଁ ତୃଣମୂଳ ସ୍ତରର ସୁଦୃଢ଼ ଅନୁଷ୍ଠାନ ନିର୍ମାଣ ମାଧ୍ୟମରେ। ପର୍ୟ୍ୟାୟକ୍ରମେ ସହରାଞ୍ଚଳରେ ବାସହୀନଙ୍କୁ ଅତ୍ୟାବଶ୍ୟକ ସେବାରେ ସଜ୍ଜିତ କରି ଆଶ୍ରୟ ଦେବା ଏହି ମିଶନର ଲକ୍ଷ୍ୟ ରହିବ। ଏହାବ୍ୟତୀତ, ଏହି ମିଶନ ସହରାଞ୍ଚଳର ରାସ୍ତାକଡ଼ରେ ରହୁଥିବା ଦୋକାନୀମାନଙ୍କ ଜୀବନଜୀବିକା ସମସ୍ୟାର ସମାଧାନ କରିବ। ଏଥିପାଇଁ ସେମାନଙ୍କୁ ଉପୟୁକ୍ତ ସ୍ଥାନ, ସଂସ୍ଥାଗତ ଋଣ, ସାମାଜିକ ସୁରକ୍ଷା ଏବଂ ଦକ୍ଷତା ପ୍ରଦାନ କରାୟିବ